କ୍ୱାଲାଲୁମ୍ପୁର, ୨।୨(ଏଜେନ୍ସି): ଅଣ୍ଡର- ୧୯ ମହିଳା ଟି୨୦ ବିଶ୍ଵକପ ଚାମ୍ପିୟନ ହୋଇଛି ଭାରତ | ଭାରତୀୟ ଦଳ କ୍ରମାଗତ ଦ୍ଵିତୀୟଥର ପାଇଁ ଟି୨୦ ବିଶ୍ଵକପ ଟାଇଟଲ ଜିତିଛି। ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା ଏବଂ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ଜିତିଥିଲା। ଶେଫାଳି ବର୍ମା ସେତେବେଳେ ଟିମ୍ ଇଣ୍ଡିଆର ଅଧୂନାୟକ ଥିଲେ। ଏବେ ଦୁଇ ବର୍ଷ ପରେ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣରେ ନିକ୍କି ପ୍ରସାଦଙ୍କ ଅଧିନାୟକତ୍ୱରେ ଭାରତୀୟ ଅଣ୍ଡର-୧୯
ମହିଳା ଦଳ ବ୍ୟାକ୍ ଟୁ ବ୍ୟାକ୍ ଦ୍ୱିତୀୟଥର
ପାଇଁ ଚାମ୍ପିୟନ ହୋଇଛି।
ଅଣ୍ଡର–୧୯ ମହିଳା। ଦଳକୁ,
CHAMPIONS
ICC U19 WOMEN’S T20 WORLD CUP MALAYSIA 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଧାଇ ଜଣାଇଛନ୍ତି। ‘ଏକ୍ସ’ରେ ପୋଷ୍ଟ କରି ମୋଦୀ କହିଛନ୍ତି, ନାରୀ ଶକ୍ତି ପାଇଁ ମୁଁ
ଗର୍ବିତ। ସେମାନଙ୍କର ଏହି ସଫଳତା ଆଗାମୀ ଦିନରେ ମହିଳା ଖେଳାଳିଙ୍କୁ ଯଥେଷ୍ଟ ପ୍ରେରଣା ଦେବ।
ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ମାତ୍ର ୮୨ ରନ୍ କରିପାରିଥିଲା। ଭାରତୀୟ ବୋଲର ୨୦ ଓଭରରେ ଦକ୍ଷିଣ ଆଫ୍ରିକାର ୧୦ ୱିକେଟ ଝାଡ଼ି ଦେଇଥିଲେ। ୮୩ ରନ୍ର ବିଜୟ ଲକ୍ଷ ରଖ୍ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଦଳ। ମାତ୍ର ଗୋଟିଏ ୱିକେଟ ହରାଇ ୧୧.୨ ଓଭରରେ ୮୪ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ଫାଇନାଲରେ ଭାରତର ତ୍ରିସା ଗୋଙ୍ଗଡ଼ି ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ। ତିନିଟି ୱିକେଟ ହାସଲ କରିବାସହ ଅପରାଜିତ ୪୪ ରନ ସ୍କୋର କରିଥିଲେ।
- News Paper